Erhältlich:
Nicht auf Lager
Buch (Softcover): Fachbuch
Bharat Pathika (Netajee Subhash Chandra Bose nka Atmajeebani)
Verlag:
Black Eagle Books Unsere-Artikel-Nr.: P36964009
EAN: 9781645609056
Erhältlich:
Nicht auf Lager
Zustellung: Do, 24.09.2026
Versand: Kostenlos
CHF 32.25
Beschreibung
ଭାରତୀୟ ମୁକ୍ତି ସଂଗ୍ରାମର ଦୁର୍ଦ୍ଧର୍ଷ ସେନାନୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ କୋଳରେ ଧରି ଓଡ଼ିଶା ଗର୍ବିତ, ଭାରତବର୍ଷ ଗୌରବାନ୍ୱିତ । ମହାନଦୀ ଓ କାଠଯୋଡ଼ିର ବାହୁବନ୍ଧନୀରେ ଚିର ଦେଦୀପ୍ୟମାନ ଐତିହାସିକ କଟକ ନଗରୀରେ ଭୂମିଷ୍ଠ ହୋଇଥିଲେ ସୁଭାଷଚନ୍ଦ୍ର ୧୮୯୭ ମସିହାରେ । କଟକର ମାଟି, ପାଣି ଓ ପବନରେ ଗଢ଼ା ତାଙ୍କର ଦେହ; କଟକର ଗଳି, ଉପଗଳି, ଧୂଆଁ, ଧୂଳି ସହିତ ବିଜଡ଼ିତ ତାଙ୍କ ବାଲ୍ୟ ଓ କୈଶୋରର ସ୍ମୃତି । ବିଶେଷତଃ ରେଭେନ୍ସା କଲିଜିଏଟ୍ ସ୍କୁଲ ଏବଂ ତା'ର ଶିକ୍ଷକ ଶିକ୍ଷିକାଗଣ ସୁଭାଷଙ୍କ ଆଦ୍ୟ ଉତରଣର ଥିଲେ ପଥ ପ୍ରଦର୍ଶକ । ସୁଭାଷ ଚନ୍ଦ୍ର ଭାରତ ବର୍ଷର ଅଦ୍ୱିତୀୟ ରାଜନେତା ଓ ବିଶ୍ୱବନ୍ଦିତ କର୍ଣ୍ଣଧାରରେ ରୂପାନ୍ତରିତ ହେବା ପରେ ମଧ୍ୟ ଜନ୍ମମାଟି ଓଡ଼ିଶା ସହିତ ତାଙ୍କର ସଂଯୋଗ ଓ ସଂପ୍ରୀତି ଥିଲା ଅବ୍ୟାହତ ।. ପ୍ରାକ୍ ସ୍ୱାଧୀନତା କାଳରେ ତିନୋଟି ଆତ୍ମଜୀବନୀ ଗ୍ରନ୍ଥ ସାରା ଭାରତରେ ଅମିତ ପାଠକୀୟ ଆଦୃତି ଲାଭ କରିଥିଲା; ଭାରତ ବର୍ଷର ବିପୁଳ ଜନସମୁଦାୟକୁ ପ୍ରଭାବିତ କରିଥିଲା ମଧ୍ୟ । ନେତାଜୀ ତାଙ୍କ ଜୀବନୀ ଗ୍ରନ୍ଥରେ ଶୈଶବ ଓ ସ୍କୁଲ ଜନଜୀବନ, ସଦ୍]ଭାବନା ତଥା ରେଭେନ୍ସା କଲେଜିଏଟ୍ ସ୍କୁଲର ବାତାବରଣ ବିଷୟରେ ଅତିଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି ।. ନେତାଜୀଙ୍କର ଏହି ଇଂରାଜୀ ଗ୍ରନ୍ଥକୁ ବଙ୍ଗଳାରେ ଅନୁବାଦ କରିଥିଲେ ଜଣାଶୁଣା ବଙ୍ଗୀୟ ଲେଖକ ସୁଭାଷ ସେନ୍ ।.
Spezifikationen
Sprache
Autor
- Bijayini Singhdeo
Erscheinungsjahr
- 2026
Format
- Buch (Softcover)
Anzahl Seiten
- 154