Autor/-in: Phani Mohanty
ନବ୍ୟ ରୋମାଣ୍ଟିକ ଧାରାର କବି ଫନୀ ମହାଂତି ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ନିରବଚ୍ଛିନ୍ନ ଭାବେ କାବ୍ୟ-କବିତା ଲେଖି ପାଠକୀୟ ଶ୍ରଦ୍ଧାଭାଜନ ହୋଇଛନ୍ତି। ତାଙ୍କର ଏଯାବତ୍ ୨୫ଟି କାବ୍ୟ ଗ୍ରନ୍ଥ, ଗୋଟିଏ ଗଳ୍ପ, ଗୋଟିଏ ଉପନ୍ୟାସିକା ଓ ଦୁଇଟି କବିଙ୍କ କାବ୍ୟ-କବିତା ଉପରେ ଆଧାରିତ ସମାଲୋଚନା ଗ୍ରନ୍ଥ ପ୍ରକାଶ ପାଇଛି। 'ମୃଗୟା', 'ବିଷାଦଯୋଗ', 'ଅହଲ୍ୟା' ଓ ବହୁ ଚର୍ଚ୍ଚିତ 'ପ୍ରିୟତମା' ପରି କବିତା ସଂକଳନ ଇଂରାଜୀ, ହିନ୍ଦୀ, ଅସମୀୟା, ବଂଗଳା, ଗୁଜରାଟି, ମରାଠି, ସାନ୍ତାଳୀ, ମୈଥିଳୀ, ନେପାଳୀ ଓ କୁମାଉନୁ ଭାଷାରେ ଅନୂଦିତ ହୋଇ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ଡ. ମହାନ୍ତି ତାଙ୍କର କାବ୍ୟାକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ରୀୟ ସାହିତ୍ୟ ଅକାଦେମୀ ପୁରସ୍କାର ସମେତ ଫକୀର ମୋହନ ସାହିତ୍ୟଶ୍ରୀ ପୁରସ୍କାର, ଭାନୁଜୀ ରାଓ କବିତା ପୁରସ୍କାର, ସଂସ୍କୃତି ପୁରସ୍କାର, ଗୋଦାବରିଶ କବିତା ପୁରସ୍କାର ସହ ଅନ୍ତର୍ଜାତୀୟ ହିନ୍ଦୀ ପରିଷଦ ପକ୍ଷରୁ ସାହିତ୍ୟ ଶିଖର ଶ୍ରୀ ସମ୍ମାନ ଆଦି ବହୁ ସମ୍ମାନରେ ସମ୍ମାନିତ।
Hier finden Sie zu den besten Preisen alle Bücher, eBooks und Hörbücher von Phani Mohanty.
Bestellungen bis 15:00 Uhr für Produkte auf Lager erhalten Sie - ohne Versandgebühr - am nächsten Werktag.