Erhältlich:
Nicht auf Lager
Buch (Softcover): Belletristik
Ahalya (a long poem in Odia)
Verlag:
Black Eagle Books Unsere-Artikel-Nr.: P36151929
EAN: 9781645609087
Erhältlich:
Nicht auf Lager
Zustellung: Di, 29.09.2026
Versand: Kostenlos
CHF 30.75
Beschreibung
ଦୀର୍ଘ କବିତା ଭାରତର ବିଭିନ୍ନ ଭାଷାରେ ବହୁ ପ୍ରାଚୀନ କାଳରୁ ଲେଖା ହୋଇ ଆସୁଛି। ଜୀବନବୋଧର ଅନନ୍ୟ ରହସ୍ୟରୁ ଏହାର ସୃଷ୍ଟି। ଏହା ଜୀବନର ଭଗ୍ନାଂଶ ନୁହଁ। ଜୀବନକୁ ଅର୍ଥପୂର୍ଣ ରୂପେ ଉପଲବ୍ଧି କରିବାର ଏକ କଳାତ୍ମକ ପ୍ରୟାସ ମାତ୍ର। ଏହି କବିତାର ନିର୍ଦ୍ଧିଷ୍ଟ ଶୈଳୀ ଥାଏ ଯାହା କବିତାର ପାରମ୍ପରିକ ଶୈଳୀଠାରୁ ସମ୍ପୂର୍ଣ ଭିନ୍ନ। ଓଡ଼ିଆ ସାହିତ୍ୟରେ ପ୍ରଥିତଯଶା କବି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସଚ୍ଚିଦାନନ୍ଦ ରାଉତରାୟଙ୍କ ଠାରୁ ଆରମ୍ଭ କରି ରମାକାନ୍ତଙ୍କ ଶ୍ରୀରାଧା, ପ୍ରତିଭା ଶତପଥିଙ୍କ ଶବରୀ, ଗୁରୁପ୍ରସାଦଙ୍କ କାଳପୁରୁଷ, ଶରତ ପ୍ରଧାନଙ୍କ ଯଯାତି, ହୃଷୀକେଶଙ୍କ ବସୁଷେଣ, ପ୍ରଦ୍ୟୁମ୍ନଙ୍କ ପୁତନା ଓ ଫନୀ ମହାଂତିଙ୍କ ଅହଲ୍ୟା ପର୍ଯ୍ୟନ୍ତ ସମ୍ପ୍ରସାରିତ। ଦୀର୍ଘ କବିତାର ଛନ୍ଦ ଗଦ୍ୟଛନ୍ଦ, ମୁକ୍ତଛନ୍ଦ କିବାକ୍ ଛନ୍ଦ ବି ହୋଇପାରେ। ପୁରାଣ ବର୍ଣିତ ମୁଖ୍ୟ ଚରିତ୍ରମାନଙ୍କୁ କେନ୍ଦ୍ର କରି ମୁଖ୍ୟତଃ ଦୀର୍ଘ କବିତାର ପରିକଳ୍ପନା ସବୁ ସମୟରେ କବିମାନେ କରିଥାନ୍ତି। କବି ବାଲ୍ମିକୀ ରାମାୟଣରେ ଅହଲ୍ୟା ଚରିତ୍ରକୁ ନେଇ ଯେଉଁ ରୂପରେଖ ଦେଇଛନ୍ତି ତାହା ଏକବିଂଶ ଶତାବ୍ଦୀର ନାରିଜାତି ପ୍ରତି ମଧ୍ୟ ପ୍ରଯୁର୍ଯ୍ୟ। ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥା ଭିତରେ ଏବେ ବି ଆଶାତୀତ ପରିବର୍ତ୍ତନ ହୋଇନାହିଁ। ଅହଲ୍ୟା ପରି ବହୁ ଅନ୍ୟାୟ,ଅନୀତି, ଅତ୍ୟାଚାର, ବଳତ୍କାର ଓ ଧର୍ଷଣର ଶିକାର ରୁ ନାରୀଜାତି ମୁକ୍ତି ପାଇନାହାନ୍ତି। କବି ଫନୀ ମହାଂତିଙ୍କ ଅହଲ୍ୟା ଦୀର୍ଘ କବିତା ତହିଁର ଏକ ଜ୍ୱଳନ୍ତ ଉଦାହରଣ।.
Spezifikationen
Sprache
Autor
- Phani Mohanty
Erscheinungsjahr
- 2026
Format
- Buch (Softcover)
Anzahl Seiten
- 78